ଯମୁନା
ଯମୁନା | |
ନଦୀ | |
ଆଗ୍ରାସ୍ଥିତ ତାଜମହଲ ଯମୁନା ନଦୀ କୂଳରେ ଅବସ୍ଥିତ
| |
ଦେଶ | ଭାରତ |
---|---|
ରାଜ୍ୟ | ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହରିଆଣା |
Tributaries | |
- left | Tons, Hindon, Sharda, Kunta, Gir, Rishiganga, Hanuman Ganga |
- right | Chambal, Betwa, Ken, Sindh |
Cities | ଯମୁନା ନଗର, ଦିଲ୍ଲୀ, ମଥୁରା, ଆଗ୍ରା, ଇଟାବାହ, କଳ୍ପି |
Source | ଯମୁନେତ୍ରୀ |
- location | ଉତ୍ତରକାଶୀ ଜିଲ୍ଲା, ଉତ୍ତରାଖଣ୍ଡ, India |
- elevation | ୩,୨୯୩ m (୧୦,୮୦୪ ft) |
- coordinates | 31°01′0.12″N 78°27′0″E / 31.0167000°N 78.45000°E |
Mouth | ତ୍ରିବେଣୀ ସଙ୍ଗମ |
- location | ଆଲାହାବାଦ, ଭାରତ |
- elevation | ୭୪ m (୨୪୩ ft) |
- coordinates | 25°30′N 81°53′E / 25.500°N 81.883°E |
Length | ୧,୩୭୬ km (୮୫୫ mi) |
Basin | ୩,୬୬,୨୨୩ km2 (୧,୪୧,୩୯୯ sq mi) |
ଯମୁନା ନଦୀ, ଗଙ୍ଗା ନଦୀର ଦୀର୍ଘତମ ଓ ଦ୍ୱିତୀୟ ବୃହତ୍ତମ ଉପନଦୀ । ଯମୁନା ନଦୀ “ଯମୁନୋତ୍ରୀ” ନାମକ ହିମାଳୟରେ ଅବସ୍ଥିତ ଏକ ତୁଷାରକ୍ଷେତ୍ରରୁ ଉତ୍ପତି ଲାଭ କରିଛି । ଉତ୍ତର ଭାରତରେ ୧୩୭୬ କି.ମି ଅତିକ୍ରମ କରି ଆହ୍ଲାବାଦ ନିକଟରେ ଗଙ୍ଗା ନଦୀରେ ମିଶିଛି । ସମୁଦ୍ରରେ ମିଶି ନ'ଥିବା ନଦୀମାନଙ୍କ ମଧ୍ୟରେ ଏହା ଭାରତର ଦୀର୍ଘତମ ନଦୀ । ଆହ୍ଲାବାଦ ନିକଟରେ (ପ୍ରୟାଗ ଠାରେ) ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନ ସ୍ଥଳ “ ତ୍ରିବେଣୀ ସଙ୍ଗମ” ନାମରେ ପ୍ରସିଦ୍ଧ ଓ ଏହା ହିନ୍ଦୁମାନକର ଏକ ପ୍ରଧାନ ତୀର୍ଥସ୍ଥଳ । ପ୍ରତି ୧୨ବର୍ଷରେ ଥରେ ସେଠାରେ “କୁମ୍ଭ ମେଳା ଆୟୋଜିତ ହୋଇଥାଏ ।
ଉପନଦୀ ଗଣ
[ସମ୍ପାଦନା]ଯମୁନା ନଦୀର କେତେକ ପ୍ରମୁଖ ଉପନଦୀସମୂହ ହେଲେ:
ଟନ୍ସ ନଦୀ ଯମୁନା ନଦୀର ବୃହତ୍ତମ ଓ ଦୀର୍ଘତମ ଉପନଦୀ ଅଟେ ।
ପୌରାଣିକ ସମ୍ବନ୍ଧ
[ସମ୍ପାଦନା]ଯମୁନା ହିନ୍ଦୁ ମାନକର ଅନ୍ୟତମ ପବିତ୍ର ନଦୀ ଅଟେ । ଏହା “ଦେବୀ ଯମୁନା” ନାମରେ ପୁଜିତ । ବେଦ ଅନୁସାରେ ଯମୁନାଙ୍କର ଅନ୍ୟ ନାମ “ଯମୀ” ଏବଂ ସେ ସୁର୍ଯ୍ୟ ଦେବତା ଓ 'ଶରଣ୍ୟୁ'ଙ୍କର କନ୍ୟା ଏବଂ ମୃତ୍ୟୁର ଦେବତା ଯମଙ୍କର ଜମଜ ଭଉଣୀ । ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କର କାହାଣୀ ଓ ଯମୁନା ନଦୀର ପ୍ରଗାଢ଼ ସମ୍ପର୍କ ଦେଖିବାକୁ ମିଳେ । ଯଥା, କୃଷ୍ଣଙ୍କର ଜନ୍ମ ସମୟରେ ବସୁଦେବ ତାଙ୍କୁ ବନ୍ୟା ଜଳପୂର୍ଣ୍ଣ ଯମୁନା ପାର କରିନେବା, କାଳିନ୍ଦୀ ନଦୀରେ (ଯମୁନା ନଦୀର ପୌରାଣିକ ନାମ)[୧] କାଳୀୟ ଦଳନ, ଯମୁନା ନଦୀ ତୀରରେ ବୃନ୍ଦାବନ ଓ ମଥୁରାରେ କୃଷ୍ଣଙ୍କର ବାଲ୍ୟ ଜୀବନ, ଇତ୍ୟାଦି ।
ଆଧାର
[ସମ୍ପାଦନା]- ↑ ପଟ୍ଟନାୟକ, ଦେବଦତ୍ତ. "ବିଷର୍ଣ୍ଣା ଯମୁନା". ଧରିତ୍ରୀ. Retrieved 20 December 2016.
ଅଧିକ ତଥ୍ୟ
[ସମ୍ପାଦନା]- The Geography of the Rigveda Archived 2018-01-15 at the Wayback Machine.
- Yamuna Action Plan Archived 2007-10-06 at the Wayback Machine.
- http://www.mymythology.org/yamuna-river/ Archived 2016-03-13 at the Wayback Machine.
- http://creative.sulekha.com/story-of-yamuna-the-river-1_426929_blog
- http://mathura-vrindavan.com/mathura1/yamunariver.htm