ଶାରଦା ସିହ୍ନା
ଶାରଦା ସିହ୍ନା | |
---|---|
ଜନ୍ମ | ହୁଲାସ, ରଘୋପୁର, ସୁପୌଲ ଜିଲ୍ଲା, ବିହାର[୧] | ୧ ଅକ୍ଟୋବର ୧୯୫୨
ମୃତ୍ୟୁ | ୫ ନଭେମ୍ବର ୨୦୨୪ | (ବୟସ ୭୨)
ଶିକ୍ଷାନୁଷ୍ଠାନ | ମଗଧ ମହିଳା କଲେଜ, ପ୍ରୟାଗ ସଙ୍ଗୀତ ସମିତି, ଲଳିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଗାୟିକା |
ସକ୍ରିୟ ବର୍ଷ | ୧୯୮୦-୨୦୨୪ |
ବୈବାହିକ-ସାଥୀ | ଡ: ବ୍ରଜକିଶୋର ସିହ୍ନା |
ପୁରସ୍କାର | ପଦ୍ମ ଭୂଷଣ (Padma Bhushan) |
ଶାରଦା ସିହ୍ନା (ଇଂରାଜୀ ଭାଷାରେ Sharda Sinha(୧ ଅକ୍ଟୋବର ୧୯୫୨ - ୫ ନଭେମ୍ବର ୨୦୨୪) ଭାରତର ଜଣେ ମୈଥିଳୀ (Maithili) ଭାଷାର ଲୋକ ସଙ୍ଗୀତ ଗାୟିକା ଥିଲେ । ସେ ମୈଥିଳୀ ଓ ଭୋଜପୁରୀ ଭାଷାରେ ଛଠପୂଜାର ଗୀତ ଗାଉଥିଲେ । ତାଙ୍କୁ ବିହାର କୋକିଳା ନାମରେ ସମ୍ବୋଧିତ କରାଯାଉଥିଲା । ସଂସ୍କରଣ କରି ଲୋକ ଲୋଚନକୁ ଆସିଥିଲେ ଯାହାର 'ହୋ ଦିନାନାଥ' ନାମ କରଣ କରିଥିଲେ । ୨୦୧୮ ମସିହାରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । [୨][୩]
ଜୀବନୀ
[ସମ୍ପାଦନା]ଶାରଦା ବିହାରର ସୁପୌଲ ଜିଲ୍ଲା ଅନ୍ତର୍ଗତ ରଘୋପୁର ନିକଟସ୍ଥ ହୁଲାସଠାରେ ଜନ୍ମ ଗ୍ରହଣ କରିଥଲେ । ସେ ମୈଥିଳୀ, ଭୋଜପୁରୀ ଓ ମଗଧୀ ଭାଷାମାନଙ୍କରେ ଗୀତ ଗାଉଥଲେ ଓ ସଙ୍ଗୀତକୁ ଏହି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା ।[୪] ପ୍ରୟାଗରେ ପ୍ରୟାଗ ସଙ୍ଗୀତ ସମିତି ତରଫରୁ ଆୟୋଜିତ ବସନ୍ତ ପଞ୍ଚମୀ ଉତ୍ସବରେ ବସନ୍ତ ଋତୁ ଉପରେ ପର୍ଯ୍ୟବସିତ ଅନେକ ଗୀତ ପଦ୍ମଶ୍ରୀ ଶାରଦା ସିହ୍ନା ଉପସ୍ଥାପନା କରିଥିଲେ । [୫] ସେହି ଗୀତରେ ଲୋକ ସଙ୍ଗୀତ ମାଧ୍ୟମରେ ବସନ୍ତ ଋତୁର ବର୍ଣ୍ଣନା କରାଯାଇଥିଲା ।[୫] ଦୁର୍ଗା ପୂଜା ଉତ୍ସବ ସମୟରେ ସେ ନିୟମିତ ଭାବରେ ସଙ୍ଗୀତ ପରିବେଷଣ କରୁଥିଲେ । [୬][୭] ମରିସସ୍ର ପ୍ରଧନ ମନ୍ତ୍ରୀ ନବୀନ ରାମଗୁଲାମ ବିହାର ଆସିଥିବା ବେଳେ ସେ ସଙ୍ଗୀତ ପରିବେଷଣ କରିଥିଲେ । [୮][୯]
ସନ ୨୦୧୦ରେ ନୂଆ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ବିହାର ଉତ୍ସବରେ ସେ ସଙ୍ଗୀତ ପରିବେଷଣ କରିଥିଲେ ।[୧୦]
ସଫଳ ଚଳଚ୍ଚିତ୍ର ମୈନେ ପ୍ୟାର କିୟାରେ (୧୯୮୯) 'କାହେ ତୋହ ସେ ସଜନା', ଗ୍ୟାଙ୍ଗସ ଅଫ ୱାସେରପୁର ୨ ଚଳଚ୍ଚିତ୍ରରେ 'ତାର ବିଜଲି' ଓ ମୁମ୍ବଇର ଚାରଫୁଟିଆ ଛୋକରେ ଚଳଚ୍ଚିତ୍ରରେ 'କୌନ ସି ନଗରିୟା' ଗୀତ ଗାଇଥଲେ । [୧୧]
ଶାରଦା ସିହ୍ନା ଓ ଛଠ
[ସମ୍ପାଦନା]ଶାରଦାଙ୍କ ନାମ ଛଠପୂଜା ସାଥିରେ ଓତଃପ୍ରୋତ ଭାବରେ ଜଡ଼ିତ । ସେ ଶାରଦା ସିହ୍ନା ୨୦୧୬ ମସିହାରେ ଛଠ ଉପରେ ଆଧାରିତ ଦୁଇଟି ନୂଆ ଗୀତ ଉପସ୍ଥାପନ କରିଥିଲେ ।[୧୨] ୨୦୦୬ ମସିହାରେ ସେ ତାଙ୍କର ଶେଷ ଭକ୍ତି ରସାତ୍ମକ ଆଲବମ ଉପସ୍ଥାପନ କରିଥିଲେ। [୧୨]
'ସପାୱୋ ନା ମିଲେ ମାଇ' ଓ 'ପହିଲେ ପହିଲେ ମଇୟା' ଗୀତଦ୍ୱୟରେ ଶାରଦା ଲୋକମାନଙ୍କୁ ଛଠ ସମୟରେ ବିହାର ଆସିବାକୁ ଅନୁରୋଧ କରିଥିଲେ । [୧୨] ସେ ଗାଇଥିବା ଅନ୍ୟାନ୍ୟ ଛଠ ଗୀତମାନଙ୍କର ନାମ ଯଥାକ୍ରମେ: 'କେଲୱା କେ ପାତ ପର ଉଗଲାନ ସୁରଜ ମାଲ ଝକେ ଝୁକେ', 'ହେ ଛାତି ମଇୟା', 'ହୋ ଦିନାନାଥ', 'ବହଙ୍ଗି ଲଚକତ ଯାୟେ', 'ରୋଜେ ରୋଜେ ଉଗେଲା', 'ସୁନା ଛାତି ମାଇ', ଯୋଡ଼େ ଯୋଡ଼େ ସୁପାୱା ଓ 'ପାଟନା କେ ଘାଟ ପର' ।[୧୨] ଗୀତ ଗୁଡ଼ିକ ପୁରୁଣା ହେଲେ ମଧ୍ୟ ପ୍ରତି ବର୍ଷ ଭକ୍ତମାନେ ସେହି ଗୀତ ବଜାନ୍ତି । [୧୨]
ଶାରଦା ୩ ନଭେମ୍ବତ ୨୦୧୬ରେ ଦି ଟେଲିଗ୍ରାଫକୁ କହିଥିଲେ, "ସଙ୍ଗୀତ କମ୍ପାନୀମାନଙ୍କର ମନମୁତାବକ କାମ ଓ ଉତ୍ତମ ଗୀତ ତଥା ଗାୟନ ଶୈଳୀର ଅଭାବ ଯୋଗୁ କିଛି ବର୍ଷ ମୋତେ ଦୂରେଇ ରହିବାକୁ ପଡ଼ିଥିଲା ।"[୧୨] "ଏହି ବର୍ଷ ସେହି ସମସ୍ୟା ଗୁଡ଼ିକର ସମାଧାନ ହୋଇ ଯିବାରୁ ଏହି ଗୀତ ଗୁଡ଼ିକରେ ମୁଁ ସ୍ୱର ଦେଲି ।" [୧୨] କୋଡ଼ିଏ ଦିନରେ ଏହି ଗୀତ ଗୁଡ଼ିକ ସୁଟିଂ ହେବା ପରେ ଦିୱାଲି ଦିନ ଲୋକାର୍ପଣ ହୋଇଥିଲା । [୧୨]
ବ୍ୟକ୍ତିଗତ ଜୀବନ ଓ ମୃତ୍ୟୁ
[ସମ୍ପାଦନା]ଶାରଦ ୧୯୭୦ ମସିହାରେ ବ୍ରଜକିଶୋର ସିହ୍ନାଙ୍କୁ ବିବାହ କରିଥିଲେ । ସେମାନକର ଅଂଶୁମାନ ନାମରେ ଗୋଟିଏ ପୁଅ ଓ ବନ୍ଦନା ନାମରେ ଝିଅଟିଏ ଅଛନ୍ତି । ସ୍ୱାମୀ ବ୍ରଜକିଶୋର ୨୦୨୪ ସେପ୍ଟେମ୍ବର ମାସରେ ବ୍ରେନ ହାମରେଜରେ ମୃତ୍ୟୁବରଣ କରିଥିଲେ ।[୧୩][୧୪]
ଶାରଦା ୨୦୧୭ ମସିହାରୁ ମଲ୍ଟିପ୍ଲ ମାୟେଲୋମା ରୋଗରେ ପିଡି଼ତ ଥିଲେ । ୨୦୨୪ ନଭେମ୍ବର ୫ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟରରେ ରଖାଯାଇଥିଲା ।[୧୫] ସେହିଦିନ ରାତିରେ ତାଙ୍କର ପରଲୋକ ଘଟିଥିଲା ।[୧୬] ନଭେମ୍ବର ୬ ତାରିଖରେ ପାଟଣାଠାରେ ତାଙ୍କର ଶେଷକୃତ ସମାପନ କରାଯାଇଥିଲା ।[୧୩]
ଆଧାର
[ସମ୍ପାଦନା]- ↑ "Padmashri Sharda Sinha interviewed by Lalit Narayan Jha". Mithila Mirror (Interview).
- ↑ "Government announces recipients of 2018 Padma awards". The Times of India. 26 January 2018. Retrieved 26 January 2018.
- ↑ "This Chhath Puja song is making people so nostalgic, they want to go home". The Indian Express. 4 November 2016. Retrieved 28 November 2016.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
- ↑ ୫.୦ ୫.୧ "of spring narrated through folk songs". The Times of India. 22 March 2009. Archived from the original on 23 October 2012. Retrieved 25 April 2009.
- ↑ Manisha Prakash (4 October 2003). "Music maestros add to Puja festivities". The Times of India. Archived from the original on 23 October 2012. Retrieved 25 April 2009.
- ↑ "Puja euphoria reaches a crescendo". The Times of India. 4 October 2003. Archived from the original on 23 October 2012. Retrieved 25 April 2009.
- ↑ Faizan Ahmad & Dipak Mishra (19 February 2008). "Mauritius scholarship for two". The Times of India. Archived from the original on 23 October 2012. Retrieved 25 April 2009.
- ↑ "A new brand of music in Gangs Of Wasseypur series - Times of India". The Times of India. Retrieved 31 January 2020.
- ↑ "Sharda Sinha's performance at Bihar Utsav an instant hit". The Times of India. 28 March 2010. Archived from the original on 11 August 2011. Retrieved 29 March 2010.
- ↑ "Gangs of Wasseypur Part 2: Music Review". Archived from the original on 2013-01-03. Retrieved 2020-02-20.
- ↑ ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ ୧୨.୫ ୧୨.୬ ୧୨.୭ Amit Bhelari (4 November 2016). "Sweet and sour festive notes in the air - Sharda back with a bang after decade". The Telegraph (Calcutta). Retrieved 28 November 2016.
- ↑ ୧୩.୦ ୧୩.୧ "Sharda Sinha's moving Facebook post for late husband goes viral: Mai jald hi aaungi". India Today. 6 November 2024. Retrieved 6 November 2024.
- ↑ Mishra, Pallav; Bose, Saikat Kumar (27 October 2024). "Renowned Singer Sharda Sinha On Life Support. She Lost Husband Weeks Back". NDTV. Retrieved 29 October 2024.
- ↑ "Renowned Singer Sharda Sinha On Ventilator Support, PM Assures Help". NDTV. 5 November 2024. Retrieved 5 November 2024.
- ↑ भास्कर, ज्योति (5 November 2024). "Sharda Sinha: शारदा सिन्हा का 72 साल की आयु में निधन, दिल्ली के एम्स में ली अंतिम सांस". Amar Ujala (in ହିନ୍ଦୀ). Retrieved 5 November 2024.