ଜୈଲ ସିଂହ
ଜୈଲ ସିଂହ | |
---|---|
ଭାରତୀୟ ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୫ ଜୁଲାଇ ୧୯୮୨ – ୨୫ ଜୁଲାଇ ୧୯୮୭ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀ |
Vice President | ମୋହମ୍ମଦ ହିଦତୁଲା ରାମସ୍ୱାମୀ ଭେଙ୍କଟରମଣ |
ପୂର୍ବ ଅଧିକାରୀ | ନୀଲମ ସଞ୍ଜୀବ ରେଡ୍ଡୀ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ଗୃହ ମନ୍ତ୍ରାଳୟ | |
କାର୍ଯ୍ୟକାଳ ୧୪ ଜାନୁଆରୀ ୧୯୮୦ – ୨୨ ଜୁନ ୧୯୮୨ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ଯସୱନ୍ତରାଓ ଚୋହାନ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ଗୁପ୍ତ ନିରପକ୍ଷ୍ୟ ଆନ୍ଦୋଳନର ମହାସଚିବ | |
କାର୍ଯ୍ୟକାଳ ୧୨ ମାର୍ଚ୍ଚ ୧୯୮୩ – ୬ ସେପ୍ଟେମ୍ବର ୧୯୮୬ | |
ପୂର୍ବ ଅଧିକାରୀ | ନୀଲମ ସଞ୍ଜୀବ ରେଡ୍ଡୀ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସାଣ୍ଡଭାନ, ପଞ୍ଜାବ, ଭାରତ | ୫ ମଇ ୧୯୧୬
ମୃତ୍ୟୁ | ୨୫ ଡିସେମ୍ବର ୧୯୯୪ ଚଣ୍ଡୀଗଡ଼, ଭାରତ | (ବୟସ ୭୮)
ରାଜନୀତିକ ଦଳ | କଂଗ୍ରେସ |
ଶିକ୍ଷାନୁଷ୍ଠାନ | ସହିଦ ଶିଖ ମିଶନାରି କଲେଜ |
ଜୈଲ ସିଂହ (pronunciation (help·info); ୫ ମଇ ୧୯୧୬ – ୨୫ ଡିସେମ୍ବର ୧୯୯୪) ଭାରତର ସପ୍ତମ ରାଷ୍ଟ୍ରପତି ଥିଲେ । ସେ କଂଗ୍ରେସ ଦଳର ନେତା ଏବଂ ଗୃହ ବିଭାଗ ସହ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।
ସେ ରାଷ୍ଟ୍ରପତି ଥିବା ସମୟରେ ଅପରେସନ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀଙ୍କ ନିଧନ ଓ 'ଶିଖ ଦଙ୍ଗା' ଭଳି ଘଟଣା ଘଟିଥିଲା।[୧] ୧୯୯୪ ମସିହାରେ ଏକ କାର ଦୁର୍ଘଟଣାରେ ସେ ନିଜ ଜୀବନ ହରେଇଥିଲେ ।
ଜୀବନୀ
[ସମ୍ପାଦନା]ସିଂହଙ୍କ ଜନ୍ମ ୫ ମଇ ୧୯୧୬ ମସିହାରେ ଫରୀଦକୋଟ ଜିଲ୍ଲାର ସାନ୍ଧୱନରେ ହେଇଥିଲା। ସେ ଶିଖ ଧର୍ମରୁ ଥିଲେ ଏବଂ ସହିଦ ଶିଖ ମିସନାରି କଲେଜରୁ ଗୁରୁ ଗ୍ରନ୍ଥ ସାହିବର ଶିକ୍ଷା ପାଇଥିବାରୁ ଜ୍ଞାନୀ ଉପାଧି ପାଇଥିଲେ଼।[୨]
ରାଜ୍ୟ ରାଜନୀତି (୧୯୪୭-୧୯୭୧)
[ସମ୍ପାଦନା]୧୯୪୭ ମସିହାରେ ଫରିଦାକୋଟର ତତ୍କାଳୀନ ଶାସକ ହରିନ୍ଦର ସିଂହଙ୍କୁ ରାଜ୍ୟ ପୁନର୍ଗଠନ ଅଧିନିୟମରେ ବିରୋଧ କରିଥିଲେ, ସେଥିପାଇଁ କଠୋର ଦଣ୍ଡାଦେଶ ସହ ୫ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ।[୩] ୧୯୪୯ ମସିହାରେ ସେ ପଞ୍ଜାବର ରାଜସ୍ୱ ବିଭାଗର ମନ୍ତ୍ରୀ ହେଲେ ପରେ ୧୯୫୧ରେ କୃଷି ମନ୍ତ୍ରୀ ହୋଇଥିଲେ। ୧୯୫୬ରୁ ୧୯୬୨ ଯାଏଁ ରାଜ୍ୟ ସଭାର ସାଂସଦ ହୋଇଥିଲେ।
ପଞ୍ଜାବର ମୁଖ୍ୟମନ୍ତ୍ରୀ (୧୯୭୨-୭୭)
[ସମ୍ପାଦନା]ଜୈଲ ସିଂହ ୧୯୭୨ ମସିହାରେ କଂଗ୍ରେସ ଦଳରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ।[୪][୫] ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମରିବା ଯାଇଁ ପେନସନ ଯୋଗାଇବା ଯୋଜନା କରିଥିଲେ। ସିଂହ ଲଣ୍ଡନରୁ ଉଧମ ସିଂହଙ୍କ ଅବଶେଷ ପ୍ରତ୍ୟାବର୍ତ୍ତୀତ କରିଥିଲେ।
କେନ୍ଦ୍ର ସରକାର
[ସମ୍ପାଦନା]୧୯୮୦ ମସିହାରେ ସପ୍ତମ ଲୋକ ସଭା ନିର୍ବାଚନ ଜିତିଥିଲେ, ପରେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଗୃହମନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଇଥିମଧ୍ୟରେ ସେ କେନ୍ଦ୍ର ସରକାରରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ଥିଲେ।[୧] [୬]
ପରବର୍ତ୍ତୀ କାର୍ଯ୍ୟକାଳ
[ସମ୍ପାଦନା]ରାଜୀବ ଗାନ୍ଧୀଙ୍କ ସହ ଉଦାଶନୀୟ ସମ୍ପର୍କ ଯୋଗୁ ସିଂହଙ୍କ ପରବର୍ତ୍ତୀ କାର୍ଯ୍ୟକାଳ ବିବାଦମୟ ଥିଲା।[୭] ସିଂହ ୧୯୮୬ ମହିହାରେ ଭାରତୀୟ ଡାକଘର ସଂଶୋଧନ ବିଲକୁ ବିରୋଧ କରିଥିଲେ । ପରେ ୧୯୯୦ ମସିହାରେ ଭି. ପି. ସିଂହ ସରକାର ଏହି ବିଲକୁ ଓହରେଇ ନେଇଥିଲେ ।[୮]
ଆଘାତ ଏବଂ ମୃତ୍ୟୁ
[ସମ୍ପାଦନା]୨୯ ନଭେମ୍ବର ୧୯୯୪ ମସିହାରେ ଆନନ୍ଦପୁର ସାହିବ ଯାଉଥିବା ସମୟରେ କିରତପୁର ସାହିବଠାରେ ଏକ ଦୁର୍ଘଟଣାରେ ଆଘାତପ୍ରାପ୍ତ ୨୮ ଡିସେମ୍ବର ୧୯୯୪ରେ ଦେହାନ୍ତ ହୋଇଥିଲା । ରାଜଘାଟ ସ୍ମାରକଠାରେ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।[୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Zail Singh, 78, First Sikh To Hold India's Presidency". The New York Times. 1994-12-26. Retrieved 2011-26-10.
- ↑ "Zail Singh." Encyclopædia Britannica. Encyclopædia Britannica Online. Encyclopædia Britannica Inc., 2011. Web. 26 Oct. 2011. <http://www.britannica.com/EBchecked/topic/545853/Zail-Singh>.
- ↑ A.C. Aurora, "Punjab Riyasti Praja Mandal", The Encyclopedia of Sikhism, ed. Harbans Singh, Vol. III, Patiala, India, Punjabi University, 1997, p. 278.
- ↑ Sangat Singh, The Sikhs in History, New Delhi, Uncommon Books, 1999, pp. 350-54; Khushwant Singh, A History of the Sikhs, Volume II: 1839-2004, New Delhi, Oxford University Press, pp. 315-17.
- ↑ Khushwant Singh, A History of the Sikhs, Volume II: 1839-2004, New Delhi, Oxford University Press, 2004, p. 355.
- ↑ http://caravanmagazine.in/reportage/shattered-dome
- ↑ "Presidential Years of Zail Singh". outlook india. Retrieved 13 June 2012.
- ↑ "Show Of Dissent". India Today. Retrieved 13 June 2012.
- ↑ Harjot Singh, "Zail Singh, Gyani", The Encyclopedia of Sikhism, ed. Harbans Singh, Vol. IV, Patiala, India, Punjabi University, 1997, p. 457.